ଚନ୍ଦନ ଯାତ୍ରା
ଶ୍ରୀମନ୍ଦିରରେ ସବୁଠୁ ଅଧିକ ଦିନ ଧରି ପାଳିତ ହେଉଥିବା ଏକ ପର୍ବ / From Wikipedia, the free encyclopedia
ଚନ୍ଦନଯାତ୍ରା ଶ୍ରୀମନ୍ଦିରରେ ସବୁଠୁ ଅଧିକ ଦିନ ଧରି ପାଳିତ ହେଉଥିବା ଏକ ପର୍ବ । ଏହା ବୈଶାଖ ଶୁକ୍ଳ ତୃତୀୟା (ଅକ୍ଷୟ ତୃତୀୟା)ଠାରୁ ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ (ସ୍ନାନପୂର୍ଣ୍ଣିମାର ପୂର୍ବଦିନ) ପର୍ଯ୍ୟନ୍ତ ମୋଟ ୪୨ ଦିନ ଧରି ଅନୁଷ୍ଠିତ ହୋଇଥାଏ । ଏହା ଅକ୍ଷୟ ତୃତୀୟାଠାରୁ ଜ୍ୟେଷ୍ଠ କୃଷ୍ଣ ଅଷ୍ଟମୀ ପର୍ଯ୍ୟନ୍ତ ୨୧ଦିନ ନରେନ୍ଦ୍ର ପୁଷ୍କରଣୀରେ ବାହାର ଚନ୍ଦନଯାତ୍ରା ରୂପେ ଓ ପରବର୍ତ୍ତୀ ୨୧ଦିନ (ଜ୍ୟୈଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ) ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଭିତର ଚନ୍ଦନ ରୂପେ ପାଳିତ ହୋଇଥାଏ ।
Quick Facts ଚନ୍ଦନ ଯାତ୍ରା, ଅନ୍ୟ ନାମ ...
ଚନ୍ଦନ ଯାତ୍ରା | |
---|---|
ଅନ୍ୟ ନାମ | ଚନ୍ଦନଯାତ, ଗନ୍ଧଲେପନ ଯାତ୍ରା |
ପାଳନକାରୀ | ବିଷ୍ଣୁ ମନ୍ଦିର ଓ ମଠ |
ବିଶେଷତା | ଶ୍ରୀମନ୍ଦିରର ଦୀର୍ଘତମ ପର୍ବ |
ଆରମ୍ଭ | ଅକ୍ଷୟ ତୃତୀୟା (ବୈଶାଖ ଶୁକ୍ଳ ତୃତୀୟା) |
ଶେଷ | ସ୍ନାନପୂର୍ଣ୍ଣିମାର ପୂର୍ବଦିନ (ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ) |
୨୦୨୩ ତାରିଖ | ୨୩ ଅପ୍ରେଲ - ୩ ଜୁନ |
୨୦୨୪ ତାରିଖ | date missing (please add) |
Close