ଓଡ଼ିଶାର କଳା
From Wikipedia, the free encyclopedia
ଓଡ଼ିଶା କଳା, ନାଚ, ସଂଗୀତରେ ଭରା ଏକ ରାଜ୍ୟ । ଅତୀତରେ ଅନେକ ରାଜାଙ୍କ ଶାସନ କାଳାରେ ଏଠାକାର କଳା, ନାଚ ଆଦି ଖୁବ ସମୃଦ୍ଧ ହୋଇଛି । ପାରମ୍ପାରିକ ହାତକାମ, ନାଚ, କୁଟୀରଶିଳ୍ପରେ ଏହା ଅନେକ ଉର୍ଦ୍ଧ୍ୱରେ । ଅତୀତରେ ବିଭିନ୍ନ ଶାସକମାନଙ୍କଦ୍ୱାରା ଶାସିତ ଓଡ଼ିଶାରେ କଳା, ସ୍ଥାପତ୍ୟ ,ସାହିତ୍ୟ ,ନୃତ୍ୟ ,ସଂଗୀତ ଓ କୁଟୀରଶିଳ୍ପର ଅନନ୍ୟ ମିଶ୍ରଣ ଘଟିଥିଲା । ଯାହା କେବଳ ଭାରତ ନୁହେଁ ବରଂ ବିଶ୍ୱଦରବାରରେ ମଧ୍ୟ ବିଖ୍ୟାତ ଏବଂ ଉଚ୍ଚ ପ୍ରଶଂସିତ । କୋଣାର୍କର ବିଶାଳ ଭଗ୍ନାବଶେଷଠାରୁ ପୂର୍ବତଟର ସୂକ୍ଷ୍ମାଦିସୂକ୍ଷ୍ମ ତାରକସି କାମ ଓଡ଼ିଆ ଶିଳ୍ପକଳାର ବିସ୍ତାର ଦର୍ଶାଇଥାଏ । ଓଡିଶୀର ଭାବ ଏବଂ ଭଙ୍ଗୀ ଏକକାରାରେ ଓଡ଼ିଆ ନୃତ୍ୟ କଳାର ମନୋମୁଗ୍ଧକର ଶୈଳୀ ଓ ପାରଦର୍ଶିତାର ପରିଚାୟକ ଅଟେ । ଦୁର୍ଦ୍ଧଷ କଳିଙ୍ଗରୁ ଉତ୍କର୍ଷ ଉତ୍କଳ ଏବଂ ଉଡ୍ରଦେଶ ଓଡ଼ିଶାରେ ପରିବର୍ତ୍ତନ ଅବାଶ୍ୟମ୍ଭାବୀ ଥିଲା, କିନ୍ତୁ ସବୁସମୟରେ ଓଡ଼ିଶାର କଳାପ୍ରତି ଶ୍ରଦ୍ଧା ଓ ଯୋଗଦାନ ଏହାକୁ ବିଶ୍ୱମାନଚିତ୍ରରେ ସ୍ୱତନ୍ତ୍ର ସ୍ଥାନ ଦେଇଆସିଛି । କଳା କ୍ଷେତ୍ରରେ ଅସମ୍ଭବ ସୃଷ୍ଟି କେତେବେଳେ କଳାପାହାଡ଼ର ଲୋଲୁପ ଦୃଷ୍ଟି ଆକର୍ଷଣ କରିଛି ତ, କେତେବେଳେ ଗୀତଗୋବିନ୍ଦ ପରି ସାହିତ୍ୟର ଅସହ୍ୟ ଅଳଙ୍କାରିକ ସୌନ୍ଦର୍ୟ ବଙ୍ଗୀୟ ଈର୍ଷାର କେନ୍ଦ୍ରବିନ୍ଦୁ ପାଲଟିଛି ।