ଆଟ୍ରିଓଭେଣ୍ଟ୍ରିକୁଲାର ବ୍ଲକ
ଆଟ୍ରିଓଭେଣ୍ଟ୍ରିକୁଲାର ବ୍ଲକ ( ଏଭି ବ୍ଲକ୍ ) ବା ଅଳିନ୍ଦନିଳୟ ଅବରୋଧ ଏକ ପ୍ରକାର ହୃତ୍ପିଣ୍ଡ ଅବରୋଧ ଯେଉଁଥିରେ / From Wikipedia, the free encyclopedia
ଆଟ୍ରିଓଭେଣ୍ଟ୍ରିକୁଲାର ବ୍ଲକ ( ଏଭି ବ୍ଲକ୍ ) ବା ଅଳିନ୍ଦନିଳୟ ଅବରୋଧ ଏକ ପ୍ରକାର ହୃତ୍ପିଣ୍ଡ ଅବରୋଧ ଯେଉଁଥିରେ ହୃତ୍ପିଣ୍ଡର ଉପର କୋଠରୀରୁ ତଳ କୋଠରୀକୁ ଯାଉଥିବା ବିଦ୍ୟୁତ ସଙ୍କେତ ଦୁର୍ବଳ ହୋଇଯାଏ | [2] ଥକ୍କା, ଅଣନିଶ୍ୱାସ, ଛାତି ଯନ୍ତ୍ରଣା ଏବଂ ସିଙ୍କୋପି ଆଦି ଲକ୍ଷଣ ଏହି ରୋଗରେ ଦେଖାଯାଏ | [1] ରୋଗ ଜଟିଳ ହେଲେ ଭେଣ୍ଟ୍ରିକୁଲାର ଟାକିକାର୍ଡ଼ିଆ କିମ୍ବା ହଠାତ୍ ହୃଦ୍ରୋଧ ହୋଇପାରେ। [1]
ବିଭାଗ | Cardiology |
---|---|
ଲକ୍ଷଣ | Tiredness, shortness of breath, chest pain, syncope[1] |
କାରଣ | Normal, cardiac ischemia, autoimmune disease, medications,electrolyte abnormalities[1] |
ରୋଗ ନିର୍ଣ୍ଣୟ ପଦ୍ଧତି | Electrocardiogram (ECG)[2] |
ଚିକିତ୍ସା | 1st & 2nd type 1: Avoiding certain medications[1] 2nd type 2 & 3rd: Pacemaker[1] |
ପୁନଃପୌନିକ | 5% of people over 50 years[3] |
ଏହି ରୋଗକୁ ତିନି ପର୍ଯ୍ୟାୟଭୁକ୍ତ କରାଯାଏ ଯଥା: ପ୍ରଥମ ଡିଗ୍ରୀ, ଦ୍ୱିତୀୟ ଡିଗ୍ରୀ ୧ ଓ ୨ ଏବଂ ତୃତୀୟ ଡିଗ୍ରୀ | [1] ଆଥଲେଟ୍ ଏବଂ ପିଲାମାନଙ୍କରେ ପ୍ରଥମ ଡିଗ୍ରୀ ଏଭି ବ୍ଲକ୍ ସ୍ୱାଭାବିକ ହୋଇପାରେ | [1] [4] କାର୍ଡ଼ିଆକ ଇସକେମିଆ, କାର୍ଡିଓମାଇଓପାଥି, ଅଟୋଇମ୍ୟୁନ ରୋଗ, ଔଷଧ ଏବଂ ଅସ୍ୱାଭାବିକ ଇଲେକ୍ଟ୍ରୋଲାଇଟ ଯୋଗୁ ଅନ୍ୟାନ୍ୟ ଡିଗ୍ରୀର ରୋଗ ଘଟିଥାଏ। [1] ଡିଗକ୍ସିନ, କ୍ୟାଲସିଅମ ଚ୍ୟାନେଲ ବ୍ଲକର ଓ ବିଟା ବ୍ଲକର ଔଷଧ ନେବା ଫଳରେ ମଧ୍ୟ ଏହି ଅବସ୍ଥା ଉତ୍ପନ୍ନ ହୁଏ । । [1] ଇସିଜି (ECG) ସାହାଯ୍ୟରେ ରୋଗ ନିର୍ଣ୍ଣୟ କରାଯାଏ | [2]
ପ୍ରଥମ ଏବଂ ଦ୍ୱିତୀୟ ଡିଗ୍ରୀର ପ୍ରଥମ ପ୍ରକାର ଥିବା ବ୍ୟକ୍ତିମାନଙ୍କର ସାଧାରଣତଃ ଅବସ୍ଥା ଖରାପ କରୁଥିବା ଔଷଧ ଅପସାରଣ ବ୍ୟତୀତ ଅନ୍ୟ ଚିକିତ୍ସା ଆବଶ୍ୟକ ହୁଏ ନାହିଁ | [1] ଦ୍ୱିତୀୟ ଡିଗ୍ରୀର ଦ୍ୱିତୀୟ ପ୍ରକାର କିମ୍ବା ତୃତୀୟ ଡିଗ୍ରୀ ପାଇଁ ପେସମେକର ଦେବାକୁ ସୁପାରିଶ କରାଯାଏ | [1] ଅଧିକ ଡିଗ୍ରୀ ବ୍ଲକଗୁଡିକ ଜଟିଳ ହେବା ସମ୍ଭାବନା ଅଧିକ ଥାଏ | [1] ଅଧିକନ୍ତୁ ଦ୍ୱିତୀୟ ଡିଗ୍ରୀ ଦ୍ୱିତୀୟ ବ୍ଲକଠାରୁ ତୃତୀୟ ଡିଗ୍ରୀ ବ୍ଲକକୁ ଅଗ୍ରଗତି କରିବା ସମ୍ଭାବନା ଅଧିକ | [1]
ପ୍ରାୟ ୫% ଅଳ୍ପ ବୟସ୍କ ଯୁବକଙ୍କର ସ୍ୱଳ୍ପକାଳୀନ ଅବଧିର ଏହି ରୋଗ ଥାଏ ଏବଂ ୧%ରୁ କମ୍ ଏଭି ବ୍ଲକ୍ ଚାଲୁ ରହିଥାଏ | [4] ୫୦ ବର୍ଷରୁ ଅଧିକ ବୟସ୍କଙ୍କ ମଧ୍ୟରୁ ୫%ରୁ ଅଧିକ ଲୋକଙ୍କର ଏହି ସମସ୍ୟା ରହିଛି। [4] ଉଚ୍ଚ ଡିଗ୍ରୀ ବ୍ଲକ ଫଳରେ ପ୍ରତିବର୍ଷ ପ୍ରାୟ ୫,୦୦୦ ଲୋକଙ୍କ ମଧ୍ୟରୁ ଜଣକର ନୂଆ ଲକ୍ଷଣ ଦେଖାଯାଏ | [4]ପ୍ରଥମେ ୧୮୫୨ ମସିହାରେ ହରମନ ଷ୍ଟାନିୟସ ଏକ ପଶୁ ମଡେଲରେ ଚିହ୍ନଟ କରିଥିଲେ । [4] [5]