ହେପାଟିକ ଏନସେଫାଲୋପାଥି
From Wikipedia, the free encyclopedia
ହେପାଟିକ ଏନସେଫାଲୋପାଥି ବା ଏଚଇ (ଇଂରାଜୀ ଭାଷାରେ Hepatic encephalopathy ବା HE) ଏକ ରୋଗ ଯେଉଁଥିରେ ଯକୃତ ଫେଲ (liver failure) ଯୋଗୁ ଚେତନା ସ୍ତର ପରିବର୍ତ୍ତିତ (altered level of consciousness) ହୋଇଥାଏ ।[2] ଏହା ଧୀରେ ବା ହଠାତ୍ ଆରମ୍ଭ ହୋଇପାରେ ।[2] ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ପରିବର୍ତ୍ତିତ ଚେତନା ସ୍ତର (Altered level of consciousness), ପରିବର୍ତ୍ତିତ ଆବେଗ (mood), ପରିବର୍ତ୍ତିତ ବ୍ୟକ୍ତିତ୍ୱ (en:personality), ଚଳପ୍ରଚଳ ସମସ୍ୟା ଆଦି ଦେଖାଯାଏ । [2] ରୋଗ ଆଗେଇ ଗଲେ କୋମା ହୋଇପାରେ ।[4]
ହେପାଟିକ ଏନସେଫାଲୋପାଥି (Hepatic encephalopathy) | |
---|---|
ପୋର୍ଟସିସ୍ଟମିକ ଏନସେଫାଲୋପାଥି (Portosystemic encephalopathy), ହେପାଟିକ କୋମା (hepatic coma),[1] କୋମା ହେପାଟିକମ (coma hepaticum) | |
ବିଭାଗ | Gastroenterology |
ଲକ୍ଷଣ | ପରିବର୍ତ୍ତିତ ଚେତନା ସ୍ତର (Altered level of consciousness), ପରିବର୍ତ୍ତିତ ଆବେଗ, ପରିବର୍ତ୍ତିତ ବ୍ୟକ୍ତିତ୍ୱ, ଚଳପ୍ରଚଳ ସମସ୍ୟା[2] |
କାରଣ | ଯକୃତ ଫେଲ (Liver failure)[2] |
ବିପଦ କାରକ | ସଂକ୍ରମଣ (Infections), ପାକଅନ୍ତନଳୀ ରକ୍ତସ୍ରାବ (GI bleeding), କୋଷ୍ଟକାଠିନ୍ୟ (constipation), ଇଲେକ୍ଟ୍ରୋଲାଇଟ ସମସ୍ୟା (electrolyte problems), କେତେକ ଔଷଧ [3] |
ରୋଗ ନିର୍ଣ୍ଣୟ ପଦ୍ଧତି | ଅନ୍ୟ ସମ୍ଭାବ୍ୟ କାରଣ ଦୂର କରି, ରକ୍ତ ଆମୋନିଆ ସ୍ତର, ଇଲେକ୍ଟ୍ରୋଏନସେଫାଲୋଗ୍ରାମ (electroencephalogram), ସିଟି ସ୍କାନ (CT scan) [2][4] |
ସଠିକ ରୋଗ ନିର୍ଣ୍ଣୟ | ୱେର୍ନିକ-କୋର୍ସାକୋଫସ ସିଣ୍ଡ୍ରୋମ (Wernicke–Korsakoff’s syndrome), କମ୍ପୋନ୍ମାଦ, ନିମ୍ନ ରକ୍ତ ଶର୍କରା, ସବଡୁରାଲ ହେମାଟୋମା (subdural hematoma), ଅଳ୍ପ ସୋଡ଼ିଅମ ରକ୍ତତା[1] |
ଚିକିତ୍ସା | ସହାୟକ ଯତ୍ନ (Supportive care), ଟ୍ରିଗର ରୋଗମାନଙ୍କ ଚିକିତ୍ସା, ଲାକ୍ଟୁଲୋଜ (lactulose), ଯକୃତ ଟ୍ରାନ୍ସପ୍ଲାଣ୍ଟ (liver transplant)[1][4] |
Prognosis | ସାଂଘାତିକ କେଶ୍ ହୋଇଥିଲେ ଆୟୁଷ life expectancy ପ୍ରାୟ ଏକ ବର୍ଷ । [1] |
ପୁନଃପୌନିକ | ୪୦% ସିରୋସିସ ରୋଗୀଙ୍କର ଏହି ରୋଗ ହୁଏ । [5] |
କ୍ରନିକ ଯକୃତ ରୋଗ ଥିଲେ ହେପାଟିକ ଏନସେଫାଲୋପାଥି ହୋଇପାରେ ।[4] ସଂକ୍ରମଣ (Infections), ପାକଅନ୍ତନଳୀ ରକ୍ତସ୍ରାବ (GI bleeding), କୋଷ୍ଟକାଠିନ୍ୟ (constipation), ଇଲେକ୍ଟ୍ରୋଲାଇଟ ସମସ୍ୟା (electrolyte problems), କେତେକ ଔଷଧ ଆଦି ଏହି ରୋଗ ଟ୍ରିଗର କରିବାରେ ସାହାଯ୍ୟ କରନ୍ତି ।[3] ରକ୍ତରେ ଆମୋନିଆ ସ୍ତର ବୃଦ୍ଧି ହେଲେ ଏହି ରୋଗ ହୁଏ କାରଣ ଯକୃତ ଆମୋନିଆ (ammonia) ନିଷ୍କାସନ କରିବାରେ ସାହାଯ୍ୟ କରେ ।[2] ଅନ୍ୟ ସମ୍ଭାବ୍ୟ କାରଣ ଦୂର କରି ଏହି ରୋଗ ନିର୍ଣ୍ଣୟ କରାଯାଏ ।[2] ରୋଗ ନିଧାର୍ଯ୍ୟ କରିବାରେ ରକ୍ତ ଆମୋନିଆ ସ୍ତର, ଇଲେକ୍ଟ୍ରୋଏନସେଫାଲୋଗ୍ରାମ (electroencephalogram), ମସ୍ତିଷ୍କର ସିଟି ସ୍କାନ (CT scan) ପରୀକ୍ଷାର ଉପଯୋଗ କରାଯାଏ । [4]
ଚିକିତ୍ସା କଲେ ହେପାଟିକ ଏନସେଫାଲୋପାଥି ଭଲ ହେବା ସମ୍ଭାବନା ରହେ । [1] ସହାୟକ ଯତ୍ନ (Supportive care), ଟ୍ରିଗର ରୋଗମାନଙ୍କ ଚିକିତ୍ସା କଲେ ଏହା ସମ୍ଭବ ହୁଏ ।[4] ଆମୋନିଆ ସ୍ତର କମେଇବା ପାଇଁ ବାରମ୍ଭାର ଲାକ୍ଟୁଲୋଜ (lactulose) ଦିଆଯାଏ ।[1] ଆଣ୍ଟିବାୟୋଟିକ (antibiotics) ଓ ପ୍ରୋବାୟୋଟିକ (probiotics) ମଧ୍ୟ ଦିଆଯାଇପାରେ ।[1] ରୋଗ ସାଂଘାତିକ ହୋଇଥିଲେ ଯକୃତ ଟ୍ରାନ୍ସପ୍ଲାଣ୍ଟ (liver transplant) କରିବା ଫଳରେ ଅବସ୍ଥାରେ ଉନ୍ନତି ହୁଏ ।[1] ,
ସିରୋସିସ ରୋଗୀଙ୍କ ମଧ୍ୟରୁ ୪୦% ରୋଗୀଙ୍କର ହେପାଟିକ ଏନସେଫାଲୋପାଥି ରୋଗ ହୁଏ ।[5] ସିରୋସିସ ରୋଗ ସହିତ ହେପାଟିକ ଏନସେଫାଲୋପାଥି ରୋଗ ଥିଲେ ରୋଗୀ ଏକ ବର୍ଷରୁ କମ ସମୟ ବଞ୍ଚିପାରେ । [1] ଯକୃତ ଟ୍ରାନ୍ସପ୍ଲାଣ୍ଟ (liver transplant) କରାଗଲା ପରବର୍ତ୍ତୀ ୫ ବର୍ଷରେ ୩୦% ଲୋକଙ୍କର ମୃତ୍ୟୁ ସମ୍ଭାବନା ରହେ ।[1] ଏହି ରୋଗ ବିଷୟରେ ୧୮୬୦ ମସିହାରୁ ଲିପିବଦ୍ଧ ହୋଇଛି । [1]