ସେରେବ୍ରୋସ୍ପାଇନାଲ ଫ୍ଲୁଇଡ
From Wikipedia, the free encyclopedia
ସେରେବ୍ରୋସ୍ପାଇନାଲ ଫ୍ଲୁଇଡ ବା ସିଏସଏଫ (ଇଂରାଜୀ ଭାଷାରେ Cerebrospinal fluid or CSF) ଏକ ପରିଷ୍କାର, ବର୍ଣ୍ଣହୀନ ଓ ରଙ୍ଗହୀନ ଶାରୀରିକ ତରଳ ପଦାର୍ଥ ଯାହା ମସ୍ତିଷ୍କ (brain) ଓ ମେରୁଦଣ୍ଡରେ (spinal cord) ଥାଏ । ମସ୍ତିଷ୍କର ଭେଣ୍ଟ୍ରିକ୍ଲ (ventricles) ମଧ୍ୟରେ ଥିବା କରଏଡ ପ୍ଲେକସସ (choroid plexus) ମଧ୍ୟରେ ଥିବା ଏପେଣ୍ଡାଇମାଲ ଜୀବକୋଷମାନଙ୍କରେ ଏହି ସେରେବ୍ରୋସ୍ପାଇନାଲ ଫ୍ଲୁଇଡ ପ୍ରସ୍ତୁତ ହୁଏ ଓ ଆରାକନଏ ଗ୍ରାନ୍ୟୁଲ (arachnoid granulation) ତାହାକୁ ଅବଶୋଷଣ କରେ । ପ୍ରତ୍ୟେକ ଦିନ ପ୍ରାୟ ୫୦୦ ମିଲି ସିଏସଏଫ ପ୍ରସ୍ତୁତ ହୁଏ । ମସ୍ତିଷ୍କ ନିମନ୍ତେ ଏହା ଏକ କୁସନ ଓ ବଫର ଭଳି କାମ କରେ ଓ ଖପୁରୀ (skull) ଭିତରେ ମେକାନିକାଲ ଓ ଇମ୍ମ୍ୟୁନୋଲୋଜିକାଲ (immunological) ସୁରକ୍ଷା ଦିଏ । ମସ୍ତିଷ୍କ ରକ୍ତ ସଞ୍ଚାଳନକୁ (cerebral blood flow) ଏହା ସ୍ୱଂୟଚାଳିତ ନିୟନ୍ତ୍ରଣ (cerebral autoregulation) କରେ ।
ସେରେବ୍ରୋସ୍ପାଇନାଲ ଫ୍ଲୁଇଡ (Cerebrospinal fluid) | |
---|---|
ମସ୍ତିଷ୍କ ଓ ମେରୁଦଣ୍ଡ ଚାରିପାଖରେ ଥିବା ସବଆରାକନଏଡ ସ୍ପେସରେ ସେରେବ୍ରୋସ୍ପାଇନାଲ ଫ୍ଲୁଇଡ ସଞ୍ଚାଳିତ ହୁଏ । | |
ଭେଣ୍ଟ୍ରିକୁଲାର ସିସ୍ଟମରେ (ventricular system ସିଏସଏଫ ଥିବା ଛବି । | |
ଲାଟିନ ଭାଷାରେ | ଲାଟିନ ଭାଷାରେ ଲିକର ସେରେବ୍ରୋସ୍ପାଇନାଲିସ (liquor cerebrospinalis) |
ମସ୍ତିଷ୍କ ଭିତରେ ଓ ଚାରିପାଖରେ ଥିବା ପାୟା ମ୍ୟାଟର ଓ ଆରାକନଏଡ ମ୍ୟାଟର ମଧ୍ୟରେ ଥିବା ସବଆରାକନଏଡ ସ୍ପେସ ଭିତରେ ଏହି ସିଏସଏଫ ଥାଏ । ଭେଣ୍ଟ୍ରିକ୍ଲ (ventricles), ସବଆରାକନଏଡ ସିସ୍ଟର୍ନ (cisterns), ସଲସାଇ (sulci) ଓ ସେଣ୍ଟ୍ରାଲ କେନାଲ (central canal) ଭିତରେ ଏହା ଭର୍ତ୍ତି ହୋଇଥାଏ । ପେରିଲିମ୍ଫାଟିକ ଡକ୍ଟ ମାଧ୍ୟମରେ ଅନ୍ତ କର୍ଣ୍ଣର ବୋନି ଲାବିରିନ୍ଥ ଓ ସବଆରାକନଏଡ ସ୍ପେସ ସଂଯୁକ୍ତ ହୋଇଥାଏ ଯେଉଁଠାରେ ସିଏସଏଫ ଏହା ମଧ୍ୟରେ ଅବିଚ୍ଛିନ୍ନ ଭାବରେ ପ୍ରବାହିତ ହେଉଥାଏ ।
ଲମ୍ବର ପଙ୍କଚର (lumbar puncture) କରି ସିଏସଏଫ ନମୁନା ନିଆଯାଇପାରେ । ଏହାଦ୍ୱାରା ଇଣ୍ଟ୍ରାକ୍ରାନିଅଲ ପ୍ରେସର ବା ଖପୁରୀ ମଧ୍ୟସ୍ଥ ଚାପ ମପାଯାଏ, ଏନସେଫାଲାଇଟିସ (infections of the brain) ଓ ମେନିଞ୍ଜାଇଟିସ୍ ରୋଗ ଥିବା ସୂଚିତ କରାଏ । ସିଏସଏଫ ବିଷୟ ହିପୋକ୍ରେଟ (Hippocrates) ଲିପିବଦ୍ଧ କରିଥିଲେ ମଧ୍ୟ ୧୮ଶ ଶତାବ୍ଦୀର ଇମାନୁଏଲ ସ୍ୱେଡେନବର୍ଗଙ୍କୁ (Emanuel Swedenborg) ଏହାର ଆବିଷ୍କର୍ତ୍ତା ସମ୍ମାନ ଦିଆଯାଏ ଓ ଏହା କରଏଡ ପ୍ଲେକ୍ସସରୁ ବାହାରୁଥିବା ବିଷୟ ହାର୍ଭେ ଡବ୍ଲ୍ୟୁ କୁସିଙ୍ଗ (Harvey W. Cushing) ସୂଚନା ଦେଇଥିଲେ ।