ସାଧାରଣ ଆଣ୍ଟିସାଇକୋଟିକ
ଏହା ବିଭିନ୍ନ ପ୍ରକାରର ଆଣ୍ଟିସାଇକୋଟିକ ଔଷଧ ଶ୍ରେଣୀ ମଧ୍ୟରୁ ଗୋଟିଏ । / From Wikipedia, the free encyclopedia
ସାଧାରଣ ଆଣ୍ଟିସାଇକୋଟିକ ହେଉଛି ବିଭିନ୍ନ ପ୍ରକାରର ଆଣ୍ଟିସାଇକୋଟିକ ଔଷଧ ଶ୍ରେଣୀ ମଧ୍ୟରୁ ଗୋଟିଏ ।[2] ସେଗୁଡିକ ମୁଖ୍ୟତଃ ଉତ୍ତେଜନା, ସିଜୋଫ୍ରେନିଆ, ବାଇପୋଲାର ଏବଂ ଅଇ ପାଇଁ ବ୍ୟବହୃତ ହୁଏ ।[1] ଅନ୍ୟାନ୍ୟ ବ୍ୟବହାର ମଧ୍ୟରେ ହିକ୍କା ଅନ୍ତର୍ଭୁକ୍ତ ହୋଇପାରେ ।[1] ସେଗୁଡିକ ପାଟିରେ ଦିଆଯାଇପାରେ କିମ୍ବା ଇଞ୍ଜେକ୍ସନ ଆକାରରେ ବ୍ୟବହାର କରାପାରେ ।[2] ଦୀର୍ଘକାଳୀନ ଇଞ୍ଜେକ୍ସନ ଇତ୍ୟାଦି ମଧ୍ୟ ଉପଲବ୍ଧ ।[2]
ସାଧାରଣ ଆଣ୍ଟିସାଇକୋଟିକ | |
---|---|
Drug class | |
Class identifiers | |
Synonyms | First generation antipsychotics, conventional antipsychotics, classical neuroleptics, traditional antipsychotics, major tranquilizers |
Use | Agitation, schizophrenia, bipolar, nausea[1] |
In Wikidata |
ପାର୍ଶ୍ୱ ପ୍ରତିକ୍ରିୟାରେ ଅନିଚ୍ଛାକୃତ ଗତିବିଧି ବେମାରୀ,ଟାର୍ଡିଭ୍ ଡିସକାଇନେସିଆ, ନିଦ୍ରାଳୁ, ନିମ୍ନ ରକ୍ତଚାପ ଏବଂ ଯୌନ ସମସ୍ୟା ହୋଇପାରେ ।[1] ଅନ୍ୟାନ୍ୟ ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟାରେ ନିଉରୋଲେପ୍ଟିକ୍ ମାଲିଗାଣ୍ଟ ସିଣ୍ଡ୍ରୋମ ଏବଂ କ୍ୟୁଟି (QT) ବିସ୍ତାର ଅନ୍ତର୍ଭୁକ୍ତ ହୋଇପାରେ ।[1] ସେମାନେ ଆଟିପିକାଲ୍ ଆଣ୍ଟିସାଇକୋଟିକ୍ ଅପେକ୍ଷା କମ୍ ଓଜନ ବୃଦ୍ଧି ଏବଂ ମଧୁମେହ ସୃଷ୍ଟି କରନ୍ତି ।[2] ଡିମେନ୍ସିଆରେ ମୃତ୍ୟୁ ଆଶଙ୍କା ବଢ଼ିଯାଏ ।[1] ଡୋପାମାଇନ୍ ପାଇଁ ମସ୍ତିଷ୍କରେ ଥିବା ରିସେପ୍ଟରଗୁଡ଼ିକୁ ଅବରୋଧ କରି ସେମାନେ କାର୍ଯ୍ୟକ୍ଷମ ହୁଅନ୍ତି ବୋଲି ବିଶ୍ୱାସ କରାଯାଏ ।[1]
ସେଗୁଡିକ ପ୍ରଥମେ ୧୯୫୦ ଦଶକରେ କ୍ଲୋରପ୍ରୋମାଜିନ ସହିତ ବିକଶିତ ହୋଇଥିଲା ।[3] ସେଗୁଡିକ ଜେନେରିକ ଔଷଧ ଭାବରେ ଉପଲବ୍ଧ ଏବଂ ସାଧାରଣତଃ ଅପେକ୍ଷାକୃତ ଶସ୍ତା ।[1] ଦୀର୍ଘକାଳୀନ ଇଞ୍ଜେକ୍ସନ ସୂତ୍ର ଅଧିକ ମହଙ୍ଗା ଅଟେ ।[1]