ଲିଭୋଥାଇରକ୍ସିନ
From Wikipedia, the free encyclopedia
ଲିଭୋଥାଇରକ୍ସିନ (ଇଂରାଜୀ ଭାଷାରେ Levothyroxine ବା L-thyroxine) ଏକ ପ୍ରକାର ଥାଇରକ୍ସିନ (ଟି୪) ଯାହା ଥାଇରକ୍ସିନ ହରମୋନରୁ (thyroid hormone) ପ୍ରସ୍ତୁତ କରାଯାଏ । [3][4] ଏହା ହାଇପୋଥାଇରଏଡିଜ୍ମ (ଥାଇରଏଡ ହରମୋନ ଅଭାବ) ରୋଗ ଓ ଏହାର ସାଂଘାତିକ ଆକାରରେ ହେଉଥିବା ମିକ୍ସିଡିମା କୋମାରେ (myxedema coma) ଦିଆଯାଏ । କେତେକ ପ୍ରକାରର ଥାଇରଏଡ ଅର୍ବୁଦ (thyroid tumors) ରୋଗମାନଙ୍କର ପ୍ରତିଷେଧ ଓ ଚିକିତ୍ସାରେ ମଧ୍ୟ ଦିଆଯାଏ । ଓଜନ ହାନୀ weight loss ହେଉଥିଲେ ଏହା ଦିଆଯାଏନାହିଁ । ଲିଭୋଥାଇରକ୍ସିନ ପାଟିରେ ବା ଶିରାଭ୍ୟନ୍ତରରେ (injection into a vein) ଦିଆଯାଏ । ନିର୍ଦ୍ଦିଷ୍ଟ ମାତ୍ରାର ଔଷଧର ସର୍ବାଧିକ ପ୍ରଭାବ ଆସିବାକୁ ୬ ସପ୍ତାହ ଲାଗିପାରେ ।[3]
Clinical data | |
---|---|
Synonyms | 3,5, 3', 5'-Tetraiodo-L-thyronine |
AHFS/Drugs.com | monograph |
MedlinePlus | a682461 |
Pregnancy category |
|
Routes of administration | by mouth, intravenous |
ATC code |
|
Legal status | |
Legal status |
|
Pharmacokinetic data | |
Bioavailability | ~100% |
Metabolism | mainly in liver, kidneys, brain and muscles |
Elimination half-life | ca. 7 days (in hyperthyroidism 3–4 days, in hypothyroidism 9–10 days) |
Excretion | feces and urine |
Identifiers | |
IUPAC name
| |
CAS Number | |
PubChem CID | |
DrugBank | |
ChemSpider | |
UNII | |
ChEBI | |
ChEMBL | |
ECHA InfoCard | 100.000.093 |
Chemical and physical data | |
Formula | C15H11I4NO4 |
Molar mass | ୭୭୬.୮୭ g·mol−1 |
3D model (JSmol) | |
Melting point | 231 to 233 °C (448 to 451 °F) [1] |
Solubility in water | Slightly soluble (0.105 mg•mL−1 at 25 °C)[2] mg/mL (20 °C) |
SMILES
| |
InChI
|
ଲିଭୋଥାଇରକ୍ସିନ ମାତ୍ରା ଅତ୍ୟଧିକ ହୋଇଗଲେ ଓଜନ ହାନୀ, ଉତ୍ତାପ ଅସହ୍ୟତା, ଝାଳ, ଉତ୍କଣ୍ଠା, ନିଦ୍ରା ସମସ୍ୟା ଓ ଦୃତ ହୃତ୍ପିଣ୍ଡ ଗତି (fast heart rate) ଇତ୍ୟାଦି ଲକ୍ଷଣ ପ୍ରକାଶ ପାଏ । ସଦ୍ୟ ହୃଦ୍ଘାତ ଭୋଗିଥିବା ଲୋକଙ୍କୁ ଏହି ଔଷଧ ଦିଆଯାଏନାହିଁ । ଗର୍ଭାବସ୍ଥାରେ ଏହା ନିରାପଦ ଜଣାଯାଏ । ନିୟମିତ ରକ୍ତର ଟିଏସଏଚ ଓ ଟି୪ ମାତ୍ରା ମାପ କରି ସେହି ଅନୁସାରେ ଏହି ଔଷଧ ଦିଆଯାଏ । ଏହି ଲିଭୋଥାଇରକ୍ସିନ ଦେହରେ ଟ୍ରାଇଆୟୋଡୋଥାଇରୋନିନକୁ ପରିବର୍ତ୍ତିତ ହୁଏ ଓ ତା ପରେ ପ୍ରଭାବ ଆରମ୍ଭ ହୁଏ ।[3]
ଲିଭୋଥାଇରକ୍ସିନ ପ୍ରଥମେ ସନ ୧୯୨୭ରେ ପ୍ରସ୍ତୁତ ହୋଇଥିଲା ।[4] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[5] ଏହା ଜେନେରିକ ନାମରେ (generic medication) ବିକ୍ରୟ ହୁଏ ।[3] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ମାସର ଡୋଜର କ୍ରୟ ମୂଲ୍ୟ ୦.୫୮ରୁ ୧୨.୨୮ ଆମେରିକୀୟ ଡଲାର ।[6] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସ ଡୋଜର ହୋଲସେଲ ମୂଲ୍ୟ ୨୫ ଆମେରିକୀୟ ଡଲାର । [7]