ଲାରିଞ୍ଜାଇଟିସ
ସ୍ୱରପେଟିକାର ପ୍ରଦାହ / From Wikipedia, the free encyclopedia
ଲାରିଞ୍ଜାଇଟିସ (ଇଂରାଜୀ ଭାଷାରେ Laryngitis) ଏକ ଇଂରାଜୀ ଶବ୍ଦ ଯାହାର ଅର୍ଥ ସ୍ୱରପେଟିକାର larynx ପ୍ରଦାହ (inflammation) ରୋଗ । [1] ଏହି ରୋଗରେ କର୍କଶ ସ୍ୱର (hoarse voice) ହୁଏ ଓ ଜ୍ୱର, କାଶ, ବେକ ସାମନା ପାର୍ଶ୍ୱରେ ଯନ୍ତ୍ରଣା ଓ ଖାଦ୍ୟ ଗିଳିବାରେ (trouble swallowing) ଅସୁବିଧା ଇତ୍ୟାଦି ଲକ୍ଷଣ ଦେଖାଯାଏ । [1][2] ଏହି ଲକ୍ଷଣମାନ ୨ ସପ୍ତାହ ପର୍ଯ୍ୟନ୍ତ ରହେ । [1]
ଲାରିଞ୍ଜାଇଟିସ | |
---|---|
ଉଚ୍ଚାରଣ |
|
ବିଭାଗ | କର୍ଣ୍ଣ ନାସା ଗଳା ରୋଗ ବିଜ୍ଞାନ otorhinolaryngology |
ଲକ୍ଷଣ | କର୍କଶ ସ୍ୱର (hoarse voice, ଜ୍ୱର, ଯନ୍ତ୍ରଣା[1][2] |
ଅବଧି | ସାଧାରଣତଃ ୨ ସପ୍ତାହରୁ କମ୍ । [1] |
କାରଣ | ଭୁତାଣ, ଆଘାତ ଓ ଜୀବାଣୁ[1] |
ସଠିକ ରୋଗ ନିର୍ଣ୍ଣୟ | ଏପିଗ୍ଲଟାଇଟିସ, ସ୍ୱରପେଟିକା କର୍କଟ ରୋଗ (en:laryngeal cancer[1] |
ଚିକିତ୍ସା | ସ୍ୱର ବିଶ୍ରାମ, ତରଳ ପଦାର୍ଥ[1] |
ପୁନଃପୌନିକ | ସାଧାରଣ[1] |
ତିନି ସପ୍ତାହରୁ କମ ସମୟ ରହିଲେ ଏହି ରୋଗକୁ ଆକ୍ୟୁଟ ଲାରିଞ୍ଜାଇଟିସ, ଓ ତିନି ସପ୍ତାହରୁ ଅଧିକ ସମୟ ରହିଲେ କ୍ରନିକ ଲାରିଞ୍ଜାଇଟିସ ନାମ ଦିଆଯାଏ । ଭୁତାଣୁ ଜନିତ ଉର୍ଦ୍ଧ୍ୱଶ୍ୱାସନଳୀ ସଂକ୍ରମଣର (viral upper respiratory tract infection) ଅଂଶ ରୂପେ ଆକ୍ୟୁଟ ଲାରିଞ୍ଜାଇଟିସ ହୁଏ । ଆଘାତ ଓ ଅନ୍ୟାନ୍ୟ ସଂକ୍ରମଣ ମଧ୍ୟ ଏହାର କାରଣ ହୋଇପାରେ ।[1] ଧୂମ୍ରପାନ, ଯକ୍ଷ୍ମା, ଆଲର୍ଜି, ଏସିଡ ରିଫ୍ଲକ୍ସ, ରିଉମାଟଏଡ ଆର୍ଥ୍ରାଇଟିସ ଓ ସାର୍କଏଡୋସିସ (sarcoidosis) ଇତ୍ୟାଦି ଅବସ୍ଥାରେ କ୍ରନିକ ଲାରିଞ୍ଜାଇଟିସ ରୋଗ ହୁଏ । [1][3] ସ୍ୱର ଯନ୍ତ୍ରର (vocal cords) ବିଦାହ ବା ଇରିଟେସନ ଏହି ରୋଗର ଅନ୍ତର୍ନିହିତ କାର୍ଯ୍ୟପ୍ରଣାଳୀ । [2]
ରୋଗୀର ଶ୍ୱାସକ୍ରିୟା ସମୟରେ ସ୍ଟ୍ରାଇଡର ବା ହୁଇସିଲ (stridor) ଶବ୍ଦ ଆସୁଥିଲେ, ବେକରେ ରାଡିଏସନ ଥେରାପିର ଇତିହାସ ଥିଲେ, ଗିଳିବାରେ ଅସୁବିଧା ହେଉଥିଲେ, ୩ ସପ୍ତାହରୁ ଅଧିକ ରୋଗ ସମୟ ଥିଲେ ଓ ଧୂମ୍ରପାନ କରୁଥିଲେ ଅଧିକ ଅନୁଶୀଳନ ଆବଶ୍ୟକ ହୁଏ । ଏହି ଅନୁଶୀଳନରେ ସ୍ୱରତନ୍ତୁର ଲାରିଙ୍ଗୋସ୍କୋପି (laryngoscopy) ପରୀକ୍ଷା କରାଯାଏ । ଲାରିଞ୍ଜାଇଟିସ ଲକ୍ଷଣ ଭଳି ଲକ୍ଷଣ ଥିବା ଅନ୍ୟାନ୍ୟ ରୋଗମାନଙ୍କ ନାମ ଯଥାକ୍ରମେ:- ଏପିଗ୍ଲଟାଇଟିସ, ଉର୍ଦ୍ଧ୍ୱଶ୍ୱାସନଳୀ ପ୍ରଦାହ (croup), ବାହ୍ୟ ପଦାର୍ଥ ଥିଲେ ଓ ସ୍ୱରପେଟିକାରେ କର୍କଟ ରୋଗ ଥିଲେ ସମ ଧରଣର ଲକ୍ଷଣ ପ୍ରକାଶ ପାଏ । [1][4]
ଆକ୍ୟୁଟ ଲାରିଞ୍ଜାଇଟିସ ରୋଗ ଆପେ ଭଲ ହୋଇଯାଏ । କଥାବାର୍ତ୍ତା ବନ୍ଦ କରି ସ୍ୱର ଯନ୍ତ୍ରକୁ ବିଶ୍ରାମ ଦେଲେ ଓ ପ୍ରଚୁର ତରଳ ପଦାର୍ଥ ପାନ କଲେ ଯଥେଷ୍ଟ ହୁଏ ।[1] ଆଣ୍ଟିବାୟୋଟିକ (Antibiotic) ସାଧାରଣତଃ ଆକ୍ୟୁଟ ରୋଗରେ ଉପକାରୀ ହୁଏନାହିଁ । [5] କ୍ରନିକ ଅପେକ୍ଷା ଆକ୍ୟୁଟ ରୋଗ ସାଧାରଣ ଭାବେ ଅଧିକ ଦେଖାଯାଏ ।[1] ମଧ୍ୟ ବୟସରେ କ୍ରନିକ ରୋଗ ଅଧିକ ହୁଏ ଓ ମହିଳାଙ୍କ ଅପେକ୍ଷା ପୁରୁଷଙ୍କର ଅଧିକ ହୁଏ । [6]