ପଲ୍ମୋନାରୀ ଭଲ୍ଭ ଷ୍ଟେନୋସିସ୍
ପଲ୍ମୋନାରୀ ଭଲ୍ଭ ଷ୍ଟେନୋସିସ୍ହେ ହେଉଛି ଏକ ପ୍ରକାର କପାଟିକା ହୃଦ୍ରୋଗ ଯେଉଁଥିରେ ଫୁସଫୁସ ଭଲ୍ଭ ସଙ୍କୁଚିତ / From Wikipedia, the free encyclopedia
ପଲ୍ମୋନାରୀ ଭଲ୍ଭ ଷ୍ଟେନୋସିସ୍ (ଇଂରାଜୀ ଭାଷାରେ Pulmonary valve stenosis/ PVS ) ହେଉଛି ଏକ ପ୍ରକାର କପାଟିକା ହୃଦ୍ରୋଗ ଯେଉଁଥିରେ ଫୁସଫୁସ ଭଲ୍ଭ ସଙ୍କୁଚିତ ହୋଇଥାଏ | [3] ପ୍ରଭାବିତ ପିଲାମାନଙ୍କର ପ୍ରାୟ କୌଣସି ଲକ୍ଷଣ ନଥାଏ | [1] ଯେତେବେଳେ ଲକ୍ଷଣଗୁଡ଼ିକ ବିକଶିତ ହେଲେ ଛାତି ଯନ୍ତ୍ରଣା, ଅଚେତା କିମ୍ବା ଅଣନିଶ୍ୱାସ ହୋଇପାରେ | [1]
Pulmonary valve stenosis | |
---|---|
Valvular pulmonary stenosis, pulmonic stenosis | |
ବିଭାଗ | Cardiology |
ଲକ୍ଷଣ | Few symptoms initially, may develop syncope, chest pain, and shortness of breath |
କାରଣ | Congenital heart disease, carcinoid syndrome[1] |
ରୋଗ ନିର୍ଣ୍ଣୟ ପଦ୍ଧତି | Suspected based on a systolic murmur, confirmed by ultrasound of the heart[1] |
ଚିକିତ୍ସା | Balloon valvuloplasty, valve replacement[1] |
Prognosis | Generally good[1] |
ପୁନଃପୌନିକ | 0.4% at birth[2] |
ଏହାର ସାଧାରଣ କାରଣ ହେଉଛି ଜନ୍ମଗତ ହୃତ୍ପିଣ୍ଡ ତୃଟି ଯେପରିକି ଟେଟ୍ରାଲୋଜି ଅଫ ଫ୍ୟାଲଟ ଏବଂ ନ୍ୟୁନାନ ସିଣ୍ଡ୍ରୋମ | [1] ଅନ୍ୟାନ୍ୟ କାରଣ ମଧ୍ୟରେ କାର୍ସିନଏଡ୍ ସିଣ୍ଡ୍ରୋମ ଅନ୍ତର୍ଭୁକ୍ତ | [1] ସିଷ୍ଟୋଲିକ ମରମର ଉପରେ ଆଧାର କରି ରୋଗ ନିର୍ଣ୍ଣୟ କରାଯାଇପାରେ ଓ ହୃତ୍ପିଣ୍ଡର ଅଲଟ୍ରାସାଉଣ୍ଡ କରି ନିଶ୍ଚିତ କରାଯାଇଥାଏ | [1]
ଏହାର ଚିକିତ୍ସାରେ ଭଲ୍ଭୁଲୋପ୍ଲାଷ୍ଟି ଓ ଭଲ୍ଭ ପ୍ରତିରୋପଣ କରାଯାଇପାରେ ।[1] ଫଳାଫଳ ସାଧାରଣତଃ ଭଲ ରହେ | [1] ଜନ୍ମ ସମୟରେ ଏହା ପ୍ରତି ୧୦୦୦ ଶିଶୁଙ୍କ ମଧ୍ୟରୁ ପ୍ରାୟ ୪ ଜଣକର ଏହି ରୋଗ ଥାଏ | [2] ଜନ୍ମ ସମୟରେ ଏହି ରୋଗର ପ୍ରାରମ୍ଭିକ ବ୍ୟାଖ୍ୟା ୧୭୬୧ ମସିହାରେ ଜନ ବାପ୍ଟିଷ୍ଟ ମୋର୍ଗାଗ୍ନି କରିଥିଲେ ।[4] ଅପରେଶନ କରି ଏହାର ମରାମତି ପ୍ରଥମେ ୧୯୫୩ ମସିହାରେ କରାଯାଇଥିଲା ।[5]