ଦୁଧ୍ୱା ଜାତୀୟ ଉଦ୍ୟାନ
From Wikipedia, the free encyclopedia
ଦୁଧ୍ୱା ଜାତୀୟ ଉଦ୍ୟାନ ଭାରତର ଉତ୍ତର ପ୍ରଦେଶ ରାଜ୍ୟର ତେରାଇ ଅଞ୍ଚଳରେ ଥିବା ଏକ ଜାତୀୟ ଉଦ୍ୟାନ । ଏହି ଜାତୀୟ ଉଦ୍ୟାନର କ୍ଷେତ୍ରଫଳ ୪୯୦.୩ ବର୍ଗ କି.ମି. ଓ ଏହାର ବଫର୍ ଜୋନ୍ ପ୍ରାୟ ୧୯୦ ବର୍ଗ କି.ମି. । ଏହା ମଧ୍ୟରେ ଦୁଧ୍ୱା ବ୍ୟାଘ୍ର ଅଭୟାରଣ୍ୟ ମଧ୍ୟ ରହିଛି ।[1] I ଭାରତ-ନେପାଳ ସୀମାବର୍ତ୍ତୀ ଲକ୍ଷ୍ମୀପୁର ଖେରି ଜିଲ୍ଲାରେ ଏହି ଜାତୀୟ ଉଦ୍ୟାନ ଅବସ୍ଥିତ । ଜାତୀୟ ଉଦ୍ୟାନର ଉତ୍ତର ଓ ଦକ୍ଷିଣ ପଟକୁ ଏହାର ଅଣ-କୋର୍ ବା ବଫର୍ ଜୋନ୍ ରହିଛି । ପ୍ରାକୃତିକ ତେରାଇ ଜଙ୍ଗଲ ଖୁବ୍ କମ୍ ରହିଯାଇଥିବା ବେଳେ ଏହି ଜାତୀୟ ଉଦ୍ୟାନ ଏପରି ଜଙ୍ଗଲର ସଂରକ୍ଷଣରେ ଏକ ଅଗ୍ରଣୀ ଭୂମିକୀ ଗ୍ରହଣ କରିଛି । ଏଠାରେ ଅନେକ ବିରଳ, ଲୁପ୍ତପ୍ରାୟ ଜୀବ ରହିଛନ୍ତି ଯାହାଙ୍କ ଭୌଗୋଳିକ ବ୍ୟାପ୍ତି ବର୍ତ୍ତମାନ ଖୁବ୍ ସୀମିତ ।[2]
Quick Facts ଦୁଧ୍ୱା ଜାତୀୟ ଉଦ୍ୟାନ ଦୁଧ୍ୱା ବ୍ୟାଘ୍ର ଅଭୟାରଣ୍ୟ, ଅବସ୍ଥାନ ...
ଦୁଧ୍ୱା ଜାତୀୟ ଉଦ୍ୟାନ ଦୁଧ୍ୱା ବ୍ୟାଘ୍ର ଅଭୟାରଣ୍ୟ | |
---|---|
IUCN Category II (National Park) | |
ଭାରତରେ ଦୁଧ୍ୱା ଜାତୀୟ ଉଦ୍ୟାନର ଅବସ୍ଥିତି | |
ଅବସ୍ଥାନ | ଲକ୍ଷ୍ମୀପୁର ଖେରୀ, ଉତ୍ତର ପ୍ରଦେଶ, ଭାରତ |
ପାଖ ସହର | ପାଲିୟା କଲାଁ (ପୂର୍ବ ଦିଗରେ ୯ କିଲୋମିଟର୍ ଦୂର)Nearest city: ପାଲିୟା କଲାଁ (ପୂର୍ବ ଦିଗରେ ୯ କିଲୋମିଟର୍ ଦୂର) |
ଦିଗବାରେଣି | 28°30.5′N 80°40.8′E |
କ୍ଷେତ୍ରଫଳ | ୪୯୦.୩ ବର୍ଗ କି.ମି. |
ସ୍ଥାପିତ | ୧୯୭୭ Established: ୧୯୭୭ |
Official website |
Close