କେଶ
ମାନବ କିମ୍ବା କୌଣସି ଜୀବନ୍ତ ପ୍ରାଣୀ ଶରୀରର ଲୋମକୁପରୁ ବାହାରିଥିବା(ସାଧାରଣତଃ ପ୍ରୋଟିନ ଦ୍ଵାରା ଗଠିତ) ସରୁ ସୂ / From Wikipedia, the free encyclopedia
କେଶ (ଲାଟିନ୍: Pili, Capellus, ଫ୍ରେଞ୍ଚ୍: Poil, ଇଂରାଜୀ: Hair, ଜର୍ମାନୀ: Haar) କେଶ କୋମଳରୁ ଆରମ୍ଭ କରି ଦୃଢ଼ତା ପର୍ଯ୍ୟନ୍ତ ରହିଥାଏ । ପ୍ରକୃତି ଥଣ୍ଡା ଏବଂ ଗରମ ପରିବେଶରେ ବସବାସ କରୁଥିବା ଜୀବମାନଙ୍କୁ କେଶ ପ୍ରଦାନ କରିଛନ୍ତି , ଯାହା ମୂଳ କ୍ଷେତ୍ରରେ ଥଣ୍ଡାରୁ ରକ୍ଷା କରେ ଏବଂ ଗରମରେ ଅଧିକ ଉତ୍ତାପରୁ ରକ୍ଷା କରେ । ଶରୀରରେ ସହ୍ୟ କରିହେଉନଥିବା ଗରମ ପଡିଲେ, ଶରୀରରୁ ଝାଳ ବାହାରି ଆସିଥାଏ, ତାହା କେଶ କାରଣରୁ ଗରମରୁ ଅତିଶୀଘ୍ର ଶୁଖେ ନାହିଁ, କୌଣସି କଠିନ ବସ୍ତୁରେ ଅଚାନକ ହେଉଥିବା ପ୍ରହାରରୁ ମଧ୍ୟ କେଶ ବଞ୍ଚେଇଥାଏ । ସାଧାରଣତଃ କେଶ ବୃଦ୍ଧି, କେଶର ପ୍ରକାର ଏବଂ କେଶ ଯତ୍ନ ଉପରେ ମନୁଷ୍ୟର ଅଧିକତମ ଆଗ୍ରହ କେନ୍ଦ୍ରିତ ହୁଏ । କେଶ ଉପରେ ମନୋଭାବ ମୁଖ୍ୟତଃ କେଶ ଅପସାରଣ ଏବଂ କେଶ ବିନ୍ୟାସ ପଦ୍ଧତି ଉପରେ କେନ୍ଦ୍ରତ ଥାଏ ଯାହା ଭିନ୍ନ ଭିନ୍ନ ସଂସ୍କୃତି ଏବଂ ଐତିହାସିକ ପର୍ଯ୍ୟାୟରେ ବିସ୍ତୃତ ଭାବେ ପରିବର୍ତ୍ତିତ ହୋଇଥାଏ । କିନ୍ତୁ ଏହା ଅନେକ ସମୟରେ ବ୍ୟକ୍ତିର ବ୍ୟକ୍ତିଗତ ଧାରଣା ଏବଂ ସାମାଜିକ ଅବସ୍ଥାନ ଯେପରିକି ସେମାନଙ୍କ ବୟସ, ଲିଙ୍ଗ, ଏବଂ ଧର୍ମକୁ ସୂଚିତ କରାଇଥାଏ । [1]
କେଶର ପ୍ରସ୍ତୁତି ପକ୍ଷୀମାନଙ୍କର ପର କିମ୍ବା ସରୀସୃପମାନଙ୍କ ଲୋମଠାରୁ ଖୁବ୍ ଭିନ୍ନ ଅଟେ । ପୁରୁଷମାନଙ୍କ ଶରୀରରେ ଖୁବ୍ ଅଧିକ କେଶ ରହିଥାଏ, କିଛି ବୟସ୍କ ବ୍ୟକ୍ତିଙ୍କ ଶରୀରରେ କେଶ ଦେଖାଯାଏ ନାହିଁ । ମନୁଷ୍ୟମାନଙ୍କର ସବୁଠାରୁ ଘନକେଶ ମୁଣ୍ଡରେ ରହିଥାଏ । କେଶ ଶରୀରକୁ ଥଣ୍ଡା ଏବଂ ଗରମରୁ ରକ୍ଷା କରେ । ଶରୀରର ଅନ୍ୟ ଭାଗରେ ଅତି ସୁକ୍ଷ୍ମ କେଶ ଥାଏ । ପ୍ରାଗୈତିହାସିକ କାଳରେ ମନୁଷ୍ୟମାନଙ୍କ ଶରୀର ଘଞ୍ଚ କେଶରେ ଘୋଡ଼ାଇ ହୋଇ ରହୁଥିଲା । କିନ୍ତୁ ସଭ୍ୟ ମନୁଷ୍ୟମାନଙ୍କ ଶରୀରରେ ଘଞ୍ଚ କେଶ ରହି ନଥାଏ । ସେଥିପାଇଁ ସଭ୍ୟ ମନୁଷ୍ୟମାନେ ବସ୍ତ୍ର ଧାରଣ କରି ନିଜ ଶରୀରକୁ ଥଣ୍ଡା ଏବଂ ଗରମରୁ ରକ୍ଷା କରିଥାନ୍ତି । ମନୁଷ୍ୟମାନଙ୍କର କିଛିମାତ୍ରାରେ ହର୍ମୋନ କାରଣରୁ ଅଧିକ କେଶ ଉତ୍ପତ୍ତି ହୋଇଥାଏ ।
ମନୁଷ୍ୟମାନଙ୍କ ପାଇଁ କେଶର ବହୁ ଉପଯୋଗ ରହିଥାଏ । କିଛି କେଶରେ ବାର୍ନିଶ ଲେପନର ବ୍ରସ୍, ଦାନ୍ତ ସଫା କରିବାର ବ୍ରସ୍ ତିଆରି କରାଯାଏ । ଛୋଟ-ଛୋଟ କେଶ ଏକାଠି ମିଳାଇ କରି ଗୃହନିର୍ମାଣରେ ପ୍ରଯୁକ୍ତ କରାଯାଏ । ଲମ୍ବା-ଲମ୍ବା କେଶରେ କପଡ଼ା ବୁଣା ଯାଏ । ଏହି କପଡ଼ା କୋଟ ବନେଇବାରେ ଲାଇଲନ ରୂପେ କାମରେ ଆସେ । କିଛି ପଶୁ ଏବଂ ପକ୍ଷୀମାନଙ୍କ କେଶ ମଧ୍ୟ କୋମଳ ହୋଇଥିବାରୁ ବସ୍ତ୍ର, ଘରସାଜ ଜିନିଷ, କମ୍ବଳ ଆଦି ତିଆରି କରାଯାଏ ।