ଆସେଣ୍ଡିଙ୍ଗ କୋଲାଞ୍ଜାଇଟିସ
From Wikipedia, the free encyclopedia
ଆସେଣ୍ଡିଙ୍ଗ କୋଲାଞ୍ଜାଇଟିସ, ବା ଆକ୍ୟୁଟ କୋଲାଞ୍ଜାଇଟିସ ବା କେବଳ କୋଲାଞ୍ଜାଇଟିସ (ଇଂରାଜୀ ଭାଷାରେ Ascending cholangitis, also known as acute cholangitis or simply cholangitis) ଏକ ପିତ୍ତନଳୀର ସଂକ୍ରମଣ (infection) ଯାହା ଜୀବାଣୁ ଯୋଗୁ ପ୍ରାୟ ହୁଏ ଓ ଡୁଓଡେନମ ମଧ୍ୟରେ ଥିବା ଆମ୍ପୁଲା ଅଫ ଭାଟରରରୁ (its junction) ସଂକ୍ରମଣ ଉର୍ଦ୍ଧ୍ୱକୁ ଯାଏ । ପିତ୍ତାସ୍ମରୀଦ୍ୱାରା (gallstone) ପିତ୍ତନଳୀ ଅବରୋଧ ହୋଇଥିଲେ ଏହି ରୋଗ ସମ୍ଭାବନା ଅଧିକ ରହେ । [1][2]
ଆସେଣ୍ଡିଙ୍ଗ କୋଲାଞ୍ଜାଇଟିସ (Ascending cholangitis) | |
---|---|
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | gastroenterology[*] |
ଆଇସିଡ଼ି-୧୦ | K83.9 |
ଆଇସିଡ଼ି-୯-ସିଏମ୍ | 576.1 |
ରୋଗ ଡାଟାବେସ | 2514 |
ମେଡ଼ିସିନ-ପ୍ଲସ | 000290 |
ଇ-ମେଡ଼ିସିନ | emerg/96 med/2665 |
Patient UK | ଆସେଣ୍ଡିଙ୍ଗ କୋଲାଞ୍ଜାଇଟିସ |
MeSH | D002761 |
ଆସେଣ୍ଡିଙ୍ଗ କୋଲାଞ୍ଜାଇଟିସ ଏକ ଡାକ୍ତରୀ ଜରୁରୀ ଅବସ୍ଥା (medical emergency) ।[1] ଏହି ରୋଗ ହେଲେ ଚର୍ମ ଓ ଆଖିର ଧଳା ଅଂଶ ହଳଦିଆ ଦେଖାଯାଏ, ଜ୍ୱର, ଉଦର ଯନ୍ତ୍ରଣା (abdominal pain) ଓ ସାଂଘାତିକ ହୋଇଥିଲେ ନିମ୍ନ ରକ୍ତଚାପ (low blood pressure) ତଥା ଗୋଳମାଳିଆ ମାନସିକ ସ୍ଥିତି (confusion) ଜାତ ହୋଇପାରେ । ଆରମ୍ଭରୁ ଶିରାଭ୍ୟନ୍ତର ତରଳ ପଦାର୍ଥ (en:intravenous fluid|) ଓ ଆଣ୍ଟିବାୟୋଟିକ (antibiotic) ଦିଆଯାଏ କିନ୍ତୁ ଅନ୍ତର୍ନିହିତ ସମସ୍ୟା ଯେପରିକି ପିତ୍ତାସ୍ମରୀ ଓ ସରୁ ପିତ୍ତନଳୀ narrowing ହୋଇଯାଇଥାଇପାରେ । ତେଣୁ ଏଣ୍ଡୋସ୍କୋପି (endoscopy) କରି ଅଧିକ ପରୀକ୍ଷା ନିରୀକ୍ଷା ଓ ପିତ୍ତନଳୀ ଅବରୋଧ ଦୂର କରିବା ଚିକିତ୍ସା କରାଯାଏ । [1][3] ଏହି କୋଲାଞ୍ଜାଇଟିସ ଶବ୍ଦଟି ତିନୋଟି ଗ୍ରୀକ ଭାଷାର ଶବ୍ଦରୁ ନିଆଯାଇଛି; କୋଲ ଅର୍ଥ ପିତ୍ତ, ଆଞ୍ଜ ଅର୍ଥ ରକ୍ତନଳି ଓ ଆଇଟିସ ଅର୍ଥ ପ୍ରଦାହକୁ ବୁଝାଏ ।(The word is from Greek chol-, bile + ang-, vessel + -itis, inflammation)