ଆତ୍ମହାନୀ
From Wikipedia, the free encyclopedia
ଆତ୍ମହାନୀ ଏକ ବ୍ୟବହାରୀକ ରୋଗ ଯେଉଁଥିରେ ଆତ୍ମହତ୍ୟା ଇଚ୍ଛା ନ ଥାଇ ଉଦ୍ଦେଶ୍ୟମୂଳକ ଭାବରେ ନିଜର ଶାରୀରିକ କ୍ଷତି କରାଯାଏ ।[5] [1] ଏହାର ସାଧାରଣ ଉଦାହରଣ ହେଉଛି ତୀକ୍ଷ୍ଣ ବସ୍ତୁ କିମ୍ବା ଉତ୍ତାପ ସାହାଯ୍ୟରେ ରର୍ମକୁ ପ୍ରତ୍ୟକ୍ଷ ଆଘାତ ପାହଞ୍ଚେଇବା ।[1] ଅନେକ ସମୟରେ ଏକାଧିକ ଆଘାତର ସୃଷ୍ଟି କରାଯାଏ । [1] ଅନ୍ୟାନ୍ୟ ପଦ୍ଧତିଗୁଡ଼ିକ ଅତ୍ୟଧିକ ଔଷଧ ମାତ୍ରା ସେବନ କିମ୍ବା ନିଜକୁ ଆଘାତ ଦେବା ହୋଇପାରେ ।[5] ଯେଉଁମାନେ ଆତ୍ମହାନୀ କରନ୍ତି ସେମାନେ ଅନେକ ସମୟରେ ପରେ ସ୍ୱୟଂ ଲଜ୍ଜା ଅନୁଭବ କରନ୍ତି ।[6] ସେମାନଙ୍କର ଆତ୍ମହତ୍ୟା ପ୍ରବଣତା ପ୍ରାୟ ଦଶ ଗୁଣ ଅଧିକ ଥାଏ । [4]
Self-harm | |
---|---|
Self-injury (SI), self-poisoning, nonsuicidal self-injury (NSSI), deliberate self-harm (DSH), cutting | |
ବିଭାଗ | Psychiatry |
ଲକ୍ଷଣ | Multiple cuts, stabs, or burns[1] |
ଆକ୍ରାନ୍ତ ସମୟ | Teenagers[2] |
ବିପଦ କାରକ | Borderline personality disorder, antisocial personality disorder, substance misuse, autism, hopelessness, friends who self harm[1][3] |
ରୋଗ ନିର୍ଣ୍ଣୟ ପଦ୍ଧତି | Based on symptom, after ruling out a suicide attempt[1] |
ଔଷଧ | Naltrexone[1] |
ଚିକିତ୍ସା | Wound closure, counselling[3][1] |
Prognosis | Usually resolves by early adulthood[3] |
ପୁନଃପୌନିକ | 17% at some point[4] |
ଏହା ସାଧାରଣତଃ ବର୍ଡ଼ର ଲାଇନ ପର୍ସନାଲିଟି ଡିଜଅର୍ଡ଼ର, ଅସାମାଜିକ ବ୍ୟକ୍ତିତ୍ୱ ରୋଗ, ପଦାର୍ଥର ଅପବ୍ୟବହାର ଏବଂ ଅଟିଜିମ୍ ଇତ୍ୟାଦି ରୋଗମାନଙ୍କ ସହିତ ଜଡିତ ଥାଏ ।[1] ଚିନ୍ତା, ଏହା ଅନ୍ୟ ମାନସିକ ସମସ୍ୟା ବିନା ଲୋକଙ୍କଠାରେ ମଧ୍ୟ ହୋଇପାରେ ।[3] ଏମାନଙ୍କ ସହିତ ନିରାଶା, ଆତ୍ମ-କ୍ଷତି କରୁଥିବା ବନ୍ଧୁ ଏବଂ ଅପବ୍ୟବହାରର ଇତିହାସ ଥାଇପାରେ ।[3] ତୀବ୍ର ଭାବନାରୁ ଅସ୍ଥାୟୀ ଆରାମ ଦେବା ପାଇଁ କେତେକ ଏହାକୁ ଏକ ଉପାୟ ଭାବରେ ବ୍ୟବହାର କରନ୍ତି ।[1] ଏହା ଆତ୍ମ-ଦଣ୍ଡ, ସାହାଯ୍ୟ ପାଇଁ କ୍ରନ୍ଦନ ଏବଂ ପାରସ୍ପରିକ ବିବାଦର ମୁକାବିଲା ପାଇଁ ବ୍ୟବହୃତ ହୋଇପାରେ | [1]
ଏହି ରୋଗରେ ଟାଟୁ କରିବା କିମ୍ବା ଫୋଡ଼ିବାଭଳି ସାମାଜିକ ବ୍ୟବସ୍ଥା ଗ୍ରହଣୀୟ ନୁହେଁ ।[3] ଏଥିରେ ପରୋକ୍ଷ ଆଘାତ ମଧ୍ୟ ଅନ୍ତର୍ଭୂକ୍ତ ହୁଏ ନାହିଁ ଯେପରିକି ଖାଇବା ବେମାରୀ କିମ୍ବା ପଦାର୍ଥର ଅପବ୍ୟବହାର ନିଆ ଯାଏ ନାହିଁ ।[3] ପ୍ରାରମ୍ଭିକ ଚିକିତ୍ସାରେ କ୍ଷତ ବନ୍ଦ ଆବଶ୍ୟକ ହୋଇପାରେ । [3] ଦୀର୍ଘକାଳୀନ ପରିଚାଳନାରେ ଜ୍ଞାନଗତ ବ୍ୟବହାରୀକ ଚିକିତ୍ସା ସହିତ ଅନ୍ୟାନ୍ୟ ଅବସ୍ଥାକୁ ସମାଧାନ କରାଯାଏ ।[1] ଉନ୍ନତ ଉପାୟ ସାହାଯ୍ୟରେ ଚାପ କମ କରିବା ପଦ୍ଧତି ବିକାଶ କରିବା ଆବଶ୍ୟକ ।[1] କିଛି ଲୋକ ନାଲଟ୍ରେକ୍ସୋନ ଔଷଧଦ୍ୱାରା ସାହାଯ୍ୟ ନେଇପାରନ୍ତି । [1]
କିଶୋରମାନଙ୍କ କ୍ଷେତ୍ରରେ ଆତ୍ମ-କ୍ଷତି ସାଧାରଣତଃ ଅଧିକ ଦେଖାଯାଏ ଯାହା ୧୮ ବର୍ଷ ବୟସ ପରେ କମ୍ ହୋଇଯାଏ ।[2] [3] ଏହା ପ୍ରାୟ ୧୭% ଲୋକଙ୍କୁ କିଛି ସମୟ ପାଇଁ ପ୍ରଭାବିତ କରିଥାଏ ।[4] ମହିଳାମାନେ ପୁରୁଷଙ୍କ ତୁଳନାରେ ପ୍ରାୟ ୧.୭ ଗୁଣ ଅଧିକ ପ୍ରଭାବିତ ହୁଅନ୍ତି । [4] ଅସଙ୍ଗତ ଯୌନ ବ୍ୟବସ୍ଥା (LGBT), କଇଦୀ ଏବଂ ଭେଟେରାନ ଗୋଷ୍ଠୀମାନଙ୍କରେ ଏହା ଅଧିକ ଦେଖାଯାଏ ।[5] ୨୦୦୨ରୁ ୨୦୧୭ ମଧ୍ୟରେ ହାର ଯଥେଷ୍ଟ ସ୍ଥିର ରହିଛି ।[3] ଆତ୍ମହାନୀ କରୁଥିବା ବୟସ୍କ ବ୍ୟକ୍ତିଙ୍କଠାରେ ଆତ୍ମହତ୍ୟା ପ୍ରବଣତା ଆଶଙ୍କା ଅଧିକ ଥାଏ । [7] ପକ୍ଷୀ ଏବଂ ମାଙ୍କଡ଼ ଇତ୍ୟାଦି ବନ୍ଦୀ ପ୍ରାଣୀ ମଧ୍ୟ କ୍ଷତିଗ୍ରସ୍ତ ଆଚରଣ କରନ୍ତି ।[8]