ଆଜିଥ୍ରୋମାଇସିନ
From Wikipedia, the free encyclopedia
ଆଜିଥ୍ରୋମାଇସିନ ଏକ ଆଣ୍ଟିବାୟୋଟିକ ଯାହା ଅନେକ ପ୍ରକାର ଜୀବାଣୁ ସଂକ୍ରମଣର ଚିକିତ୍ସାରେ ବ୍ୟବହାର କରାଯାଏ । [1] ଏହି ରୋଗମାନଙ୍କ ମଧ୍ୟରେ ମଧ୍ୟ କର୍ଣ୍ଣ ସଂକ୍ରମଣ, ତଣ୍ଟି ସଂକ୍ରମଣ, ନିମୋନିଆ, ପର୍ଯ୍ୟଟକ ତରଳ ଝାଡ଼ା ଓ ଅନ୍ୟ କେତେକ ଖାଦ୍ୟନଳୀ ସଂକ୍ରମଣ ଅନ୍ତର୍ଭୁକ୍ତ । ଅନେକ ଯୌନସଂଚାରିତ ସଂକ୍ରମଣ ରୋଗ ଯେପରିକି କ୍ଲାମିଡିଆ ଓ ଗନରିଆ ସଂକ୍ରମଣରେ ମଧ୍ୟ ବ୍ୟବହାର କରାଯାଏ । ମ୍ୟାଲେରିଆ ରୋଗରେ ଅନ୍ୟ କେତେକ ଔଷଧ ସହିତ ଏହା ଦିଆଯାଇପାରେ । ଏହା ପାଟିରେ ଓ ଶୀରାରେ ଇଞ୍ଜେକସନ ଆକାରରେ ଦିଆଯାଏ । [1]
Clinical data | |
---|---|
Trade names | Zithromax, Azithrocin, others |
Synonyms | 9-deoxy-9a-aza-9a-methyl-9a-homoerythromycin A |
AHFS/Drugs.com | monograph |
MedlinePlus | a697037 |
data |
|
Pregnancy category |
|
Routes of administration | Oral (capsule, tablet or suspension), intravenous, ophthalmic |
ATC code | |
Legal status | |
Legal status |
|
Pharmacokinetic data | |
Bioavailability | 38% for 250 mg capsules |
Metabolism | Hepatic |
Elimination half-life | 11–14 h (single dose) 68 h (multiple dosing) |
Excretion | Biliary, renal (4.5%) |
Identifiers | |
IUPAC name
| |
CAS Number | |
PubChem CID | |
IUPHAR/BPS | |
DrugBank |
|
ChemSpider |
|
UNII | |
KEGG |
|
ChEBI | |
ChEMBL | |
NIAID ChemDB | |
ECHA InfoCard | 100.126.551 |
Chemical and physical data | |
Formula | C38H72N2O12 |
Molar mass | 748.984 g•mol−1 |
3D model (JSmol) | |
SMILES
| |
InChI
| |
(verify) |
ଏହାର ମୂଖ୍ୟ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ଅଇ, ବାନ୍ତି, ତରଳ ଝାଡ଼ା ଓ ପେଟ ଖରାପ ଉଲ୍ଲେଖଯୋଗ୍ୟ । ଆଲର୍ଜି ଓ କ୍ଲସ୍ଟ୍ରିଡିଅମ ଡିଫିସିଲ ତରଳ ଝାଡ଼ା ହୋଇପାରେ । ଗର୍ଭାବସ୍ଥାରେ କୌଣସି ଅସୁବିଧା ହୁଏନାହିଁ ।[1] ସ୍ତନ୍ୟପାନ ସମୟରେ ଏହାର ଭୂମିକା ସ୍ପଷ୍ଟ ନ ହେଲେ ମଧ୍ୟ ଭଲ ଥାଇପାରେ । [2] ଏହା ମାକ୍ରୋଲାଇଡ ଆଣ୍ଟିବାୟୋଟିକ ଦଳର ଏକ ଆଜାଲାଇଡ । ଏହା ଜୀବାଣୁର ପ୍ରୋଟିନ ପ୍ରସ୍ତୁତିରେ ବାଧା ସୃଷ୍ଟି କରି ତାହାର ବୃଦ୍ଧି ରୋକିଦିଏ ।[1]
ଆଜିଥ୍ରୋମାଇସିନ ସନ ୧୯୮୦ରେ ପ୍ରଥମେ ତିଆରି ହୋଇଥିଲା ।[3] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[4] ଏହା ଜେନେରିକ ଔଷଧ ନାମରେ ଉପଲବ୍ଧ ।[5] ଡୋଜ ପିଛା ଏହାର ମୂଲ୍ୟ ୦.୧୮ରୁ ୨.୯୮ ଆମେରିକୀୟ ଡଲାର । [6] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ମୂଲ୍ୟ ସମ୍ପୁର୍ଣ୍ଣ କୋର୍ଷର ମୂଲ୍ୟ ୩୩ ଡଲାର ।[1]