ଅଭିଗମ୍ୟତା
From Wikipedia, the free encyclopedia
ଅଭିଗମ୍ୟତା ଅକ୍ଷମତା ଭୋଗୁଥିବା ଲୋକମାନଙ୍କ ନିମନ୍ତେ ଉତ୍ପାଦ, ଯନ୍ତ୍ର, ସୁବିଧା ଓ ପରିବେଶର ଡିଜାଇନକୁ ସୂଚାଇଥାଏ ।[1] ଅଭିଗମ ଡିଜାଇନ ଓ ଅଭିଗମ ବିକାଶ ଅଭ୍ୟାସ "ସିଧାସଳଖ ଅଭିଗମ୍ୟତା" (ଯଥା କାହାର ସାହାଯ୍ୟ ବିନା) ଓ ଜଣେ ବ୍ୟକ୍ତିଙ୍କ ସହଯୋଗୀ ପ୍ରଯୁକ୍ତି ସଙ୍ଗତି ଅନୁସାରେ "ପରୋକ୍ଷ ଅଭିଗମ୍ୟତା" (ଯଥା କମ୍ପ୍ୟୁଟର ସ୍କ୍ରିନ ରିଡ଼ର) ନିଶ୍ଚିତ କରିଥାଏ ।
ଅଭିଗମ୍ୟତା "ବ୍ୟବହାର ସୁଲଭତା" ଭାବେ ଦେଖାଯାଇପାରେ ଓ କିଛି ବ୍ୟବସ୍ଥା ବା ବସ୍ତୁଠାରୁ ଉପକୃତ ହୋଇପାରେ । ଏହି ଅବଧାରଣା ଅକ୍ଷମତା ଥିବା ଲୋକଙ୍କ ପାଇଁ ଅଭିଗମ୍ୟତା ସଚଳ କରିବା ଉପରେ କିମ୍ବା ସହଯୋଗୀ ପ୍ରଯୁକ୍ତି ବ୍ୟବହାର କରି ଅଭିଗମ୍ୟତା ସଚଳ କରିବା ଉପରେ ଧ୍ଯାନଦେଇଥାଏ । ତେବେ ଅଭିଗମ୍ୟତାର ଗବେଷଣା ଓ ବିକାଶ ସଭିଙ୍କ ପାଇଁ ସୁବିଧା ଆଣିଦେଇଥାଏ ।[2][3][4][5][6]
ଅଭିଗମ୍ୟତାକୁ ବ୍ୟବହାରକାରିତା ସଙ୍ଗେ ନେଇ ଦ୍ୱନ୍ଦରେ ପଡ଼ିବା ଅନୁଚିତ । ବ୍ୟବହାରକାରିତା, କୁଶଳତା ଓ ସନ୍ତୋଷ ସହ ନିର୍ଦ୍ଦିଷ୍ଟ ଲକ୍ଷ ହାସଲ ନିମନ୍ତେ ଜଣେ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ନିମନ୍ତେ ଉତ୍ପାଦଟିଏ (ଯଥା ଏକ ଯନ୍ତ୍ର, ସୁବିଧା କିମ୍ବା ପରିବେଶ) ବ୍ୟବହାର କରାଯାଇପାରିବା ବ୍ୟବହାରକାରିତାର ଅନ୍ତର୍ଗତ ।
ଅଭିଗମ୍ୟତା ବହୁଳଭାବେ ସାର୍ବଜନୀନ ଡିଜାଇନ ସହିତ ଗଭୀରଭାବେ ସଂଯୁକ୍ତ । ସାର୍ବଜନୀନ ଡିଜାଇନ ବିଭିନ୍ନ ପ୍ରକାରେ ସକ୍ଷମ, ବିଭିନ୍ନ ବ୍ୟାପକ ପରିସ୍ଥିତିରେ କାମ କରିପାରୁଥିବା ଲୋକମାନଙ୍କ ନିମନ୍ତେ ଉତ୍ପାଦ ତିଆରି ସହ ସଂଯୁକ୍ତ । ଏହା (ଅକ୍ଷମତା ଥାଉ କି ନ ଥାଉ) ସବୁ ଲୋକଙ୍କ ନିମନ୍ତେ ବିଭିନ୍ନ ଜିନିଷ ସୁଲଭ କରାଇବା ବାବଦରେ ।